ସର୍ବଶକ୍ତିମାନ ପରମେଶ୍ୱର, ଅନନ୍ତକାଳୀନ ପିତା, ଏହି ପୃଥିବୀକୁ ଆସିଲେ, କ୍ରୁଶବିଦ୍ଧ ହେଲେ, ଏବଂ ଅସଂଖ୍ୟ ଲୋକଙ୍କଠାରୁ ଉପହାସ, ଅବମାନନା ଏବଂ ନିର୍ଯାତନା ସହ୍ୟ କଲେ । ତଥାପି, ସେ ନୀରବରେ ଏହିସବୁ ସହ୍ୟ କଲେ, ଯଦ୍ବାରା ସେ ତାହାଙ୍କ ସତ୍ଯ ଲୋକମାନଙ୍କୁ ଖୋଜିପାରିବେ, ଏବଂ ସେମାନଙ୍କର ସମସ୍ତ ପାପ କ୍ଷମା କରିପାରିବେ, ଏବଂ ସେମାନଙ୍କୁ ଉଦ୍ଧାର କରିବେ ।
ସ୍ୱର୍ଗୀୟ ସନ୍ତାନମାନଙ୍କୁ ଉଦ୍ଧାର କରିବାର ପ୍ରକ୍ରିୟାରେ, ଯୀଶୁ ତାହାଙ୍କ ପ୍ରଥମ ଆଗମନ ସମୟରେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ତାହାଙ୍କ ଦ୍ୱିତୀୟ ଆଗମନ ସମୟରେ, ଏବଂ ସ୍ୱର୍ଗୀୟ ମାତା ଯିରୂଶାଲମ ସମସ୍ତେ ଶରୀରରେ ଏହି ପୃଥିବୀକୁ ଆସିଲେ । ଭବିଷ୍ୟବାଣୀ ଅନୁଯାୟୀ, ଏହି ପଥ ଅନିବାର୍ଯ୍ୟ ଭାବରେ ଦୁଃଖର ଦିନଗୁଡ଼ିକ ଅନ୍ତର୍ଭୁକ୍ତ ଅଛି, ଯାହାପରେ ଆନନ୍ଦର ଦିନଗୁଡ଼ିକୁ ଯେତେବେଳେ ଗୌରବ ପ୍ରାପ୍ତ ହୋଇଥାଏ । ଏହି ପ୍ରତିଜ୍ଞା ଅନୁରୂପ, ମାତା ପରମେଶ୍ୱରଙ୍କ ଗୌରବ, ଯିଏ ବର୍ତ୍ତମାନ ଚର୍ଚ୍ଚ ଅଫ୍ ଗଡ୍ ର ନେତୃତ୍ୱ କରୁଅଛନ୍ତି, ସମଗ୍ର ବିଶ୍ୱରେ ପ୍ରକାଶିତ ହେଉଅଛି ।
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ପିତାଙ୍କଠାରୁ ଅନେକ ଉତ୍ତମ କର୍ମ ତୁମ୍ଭମାନଙ୍କୁ ଦେଖାଇଅଛି; ସେହିସବୁ କର୍ମ ମଧ୍ୟରୁ କେଉଁ କର୍ମ ନିମନ୍ତେ ମୋତେ ପଥର ଫୋପାଡ଼ୁଅଛ? ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ଵରନିନ୍ଦା ନିମନ୍ତେ, ପୁଣି ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ଵର ବୋଲାଉଥିବାରୁ । ଯୋହନ ୧୦:୩୨-୩୩
ତୁମ୍ଭର ସୂର୍ଯ୍ୟ ଆଉ ଅସ୍ତଗତ ନୋହିବ, କିଅବା ତୁମ୍ଭର ଚନ୍ଦ୍ର ଆପଣାକୁ ରହିତ କରିବ ନାହିଁ କାରଣ ସଦାପ୍ରଭୁ ତୁମ୍ଭର ଅନନ୍ତ କାଳସ୍ଥାୟୀ ଜ୍ୟୋତିଃସ୍ଵରୂପ ହେବେ ଓ ତୁମ୍ଭର ଶୋକର ଦିନ ଶେଷ ହେବ । ଯିଶାଇୟ ୬୦:୨୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ 
ଫୋନ ୦୩୧-୭୩୮-୫୯୯୯  ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି