ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ ଯିହୋଶୂୟ ଓ କାଲେବଙ୍କର ଦୃଢ଼ ବିଶ୍ୱାସ ଥିଲା । ଯଦିଓ ପରମେଶ୍ବର କିଣାନକୁ ଅଧିକାର କରିବାର ପ୍ରତିଜ୍ଞା କରିଥିଲେ, ତଥାପି ଯିହୋଶୂୟ ଓ କାଲେବ ନିଶ୍ଚିତ ଭାବରେ ବିଶ୍ବାସ କଲେ ଯେ, ପରମେଶ୍ବର ନିଶ୍ଚୟ ସେମାନଙ୍କୁ ତାହା ଦେବେ । କାଲେବଙ୍କ ପରି ଯିଏ ୮୫ ବର୍ଷ ବୟସରେ ମଧ୍ୟ ପ୍ରତିଜ୍ଞା କରାଯାଇଥିବା ଦେଶକୁ ଜୟ କରିବା ପାଇଁ ସଙ୍କୋଚ କରିନଥିଲେ, ଏହି ଯୁଗରେ ଆମ୍ଭେମାନେ ମଧ୍ୟ ଯିହୋଶୂୟ ଏବଂ କାଲେବଙ୍କ ପରି ସମାନ ବିଶ୍ୱାସର ସହିତ ସ୍ୱର୍ଗକୁ ଆଶା କରିବା ଉଚିତ୍ ।
ଯେପରି ପରମେଶ୍ୱର ଯିହୋଶୂୟ ଏବଂ କାଲେବଙ୍କ ସହିତ କିଣାନ ଯାତ୍ରା ସମୟରେ ଥିଲେ, ଆଜି ଆମେ ଅନୁଭବ କରୁଅଛୁ ଯେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ସର୍ବଦା ଚର୍ଚ୍ଚ ଅଫ୍ ଗଡ୍ ର ସୁସମାଚାର ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ପ୍ରସାରିତ କରିବା ପାଇଁ ପଥ ଖୋଲି ଦେଉଛନ୍ତି ।
ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶରେ ବାସ କରାଇବାକୁ ହସ୍ତ ଉଠାଇଅଛୁ, ନିଶ୍ଚୟ ସେହି ଦେଶରେ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ଛଡ଼ା ତୁମ୍ଭେମାନେ ପ୍ରବେଶ କରିବ ନାହିଁ ।
ଗଣନା ୧୪:୩୦
ସଦାପ୍ରଭୁଙ୍କ ସେବକ ମୋଶାଙ୍କର ମୃତ୍ୟୁ ଉତ୍ତାରେ ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟ ନାମକ ମୋଶାଙ୍କର ପରିଚାରକଙ୍କୁ କହିଲେ, ଆମ୍ଭର ସେବକ ମୋଶା ମରିଅଛି,
“... ତୁମ୍ଭେ ବଳବାନ ଓ ସାହସିକ ହୁଅ; କାରଣ ଏମାନଙ୍କ ପୂର୍ବପୁରୁଷଗଣ ନିକଟରେ ଯେଉଁ ଦେଶ ଦେବାକୁ ଆମ୍ଭେ ଶପଥ କରିଅଛୁ, ତାହା ତୁମ୍ଭେ ଏମାନଙ୍କୁ ଅଧିକାର କରାଇବ ...
କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭର ସଙ୍ଗୀ ହେବେ ।”
ଯିହୋଶୂୟ ୧:୧-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି